ଟ୍ରାଇ ସାଇକଲ ପ୍ରଦାନ କଲେ ବିଡିଓ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ବିଡିଓ ରଞ୍ଜିତା ମଲ୍ଲିକ ଦଣ୍ଡକ୍ଷଗୁଡ଼ା ଗ୍ରାମର ମକରଧ୍ୱଜ ବିଷୋୟୀଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଗତ ମାର୍ଚ୍ଚ ମାସରେ ଶ୍ରୀ ବିଷୋୟୀ ଏକ ଦୁର୍ଘଟଣାରେ ବାମ ଗୋଡ଼ ହରାଇଥିଲେ । ଅସ୍ତ୍ରୋପଚାର କରାଯାଇ ସୁସ୍ଥ ହେବା ପରେ ପାପଡ଼ାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଡିଓ ତାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଏସଏସଓ ଶକୁନ୍ତଳା ଭତରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।