ମମତାଙ୍କୁ ଶେଖ ହସିନାଙ୍କ ଦୁର୍ଗାପୂଜା ଭେଟି

କୋଲକାତା,ଏଜେନ୍ସି: ଦୁର୍ଗାପୂଜା ଅବସରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛାପତ୍ର ଦେବା ସହ ଉପହାର ମଧ୍ୟ ପଠାଇଛନ୍ତି । ବେନାପୋଲ୍ ଚେକ୍‌ପୋଷ୍ଟ ମାଧ୍ୟମରେ ବାଂଲଦେଶରୁ ପଠାଯାଇଥିବା ଏହି ଉପହାର ବାଂଲାଦେଶ ଡେପୁଟି ହାଇ କମିଶନ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ମମତାଙ୍କୁ ହସ୍ତାନ୍ତର କରିଛନ୍ତି । ଉପହାରରେ ଶେଖ ହସିନା ମମତାଙ୍କୁ ୪ଟି ଶାଢୀ ଦେବା ସହ ୧୦କିଗ୍ରା ମିଠା ମଧ୍ୟ ଦେଇଛନ୍ତି ।