‘ସେବା ହିଁ ସଙ୍ଗଠନ’ କାର୍ଯ୍ୟର ଭର୍ଚୁଆଲ ସମୀକ୍ଷା କଲା ରାଜ୍ୟ ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶବ୍ୟାପୀ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହର ମାଡ଼ିଚାଲିଛି। ଏଥିଲାଗି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଆହ୍ୱାନକ୍ରମେ କୋଭିଡ୍ ସଂକ୍ରମଣର ୨ୟ ଲହରକୁ ପ୍ରତିହତ କରିବା ପାଇଁ ଦଳ ପକ୍ଷରୁ ଦେଶବ୍ୟାପୀ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଶେଷ ଭାବେ ‘ମେରା ବୁଥ୍, କରୋନା ମୁକ୍ତ୍’ ଅଭିଯାନକୁ ଗୁରୁତ୍ୱ ଦିଆଯାଉଛି। ଗତ ଏପ୍ରିଲ ୨୬ ତାରିଖ ସୋମବାରଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହା ଆରମ୍ଭ ହୋଇଛି। ଆଜି ଭର୍ଚୁଆଲ ଯୋଗେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ଓଡ଼ିଶାରେ କୋଭିଡ୍ ଟେଷ୍ଟିଂ ସଂଖ୍ୟାର ବୃଦ୍ଧି, ଡାକ୍ତରଖାନା, ଶଯ୍ୟା ଓ ଆସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି, ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଉପଲବ୍ଧ କରାଯିବା, ଭେଣ୍ଟିଲେଟର ସଂଖ୍ୟା ବଢ଼ାଯିବା, କୋଭିଡ୍ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇବା ଆଦି ଆଦି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ସେହିପରି ସେହିପରି ୨ୟ ପର୍ଯ୍ୟାୟର ଏହି ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସର୍ବଦା ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିୟମିତ ହାତ ଧୋଇବାକୁ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାମାନେ ସାଧାରଣ ଜନତାଙ୍କୁ ସଚେତନ କରାଇବେ ଏବଂ ପ୍ରତ୍ୟେକ ଦିନ ଜିଲ୍ଲା ସମେତ ରାଜ୍ୟସ୍ତରୀୟ ସମୀକ୍ଷା ରିପୋର୍ଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କୁ ପ୍ରଦାନ କରାଯିବ ବୋଲି ‘ସେବା ହିଁ ସଂଗଠନ’ର ରାଜ୍ୟ ସଂଯୋଜକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟପାଲ ସିଂ ତେମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ‘ସେବା ହିଁ ସଂଗଠନ’ର ସହ ସଂଯୋଜକ ନୟନ ମହାନ୍ତି, ବଳଭଦ୍ର ମାଝୀ, ଅଭିମନ୍ୟୁ ସେଠୀ, ଟଙ୍କଧର ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ସମସ୍ତ ସାଂସଦ ଓ ସାଂସଦ ପ୍ରାର୍ଥୀ, ବିଧାୟକ ଏବଂ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।