Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କୋଟିଆ ପରେ ଏବେ ଜୁମଡାଙ୍ଗ ଗ୍ରାମ ଉପରେ ଆନ୍ଧ୍ରର ଆଖି : ଯୋଗାଇ ଦେଉଛି ସରକାରୀ ସୁବିଧା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କୋଟିଆ ପରେ ଏବେ ଜୁମଡାଙ୍ଗ ଗ୍ରାମ ଉପରେ ଆନ୍ଧ୍ରର ଆଖି : ଯୋଗାଇ ଦେଉଛି ସରକାରୀ ସୁବିଧା

ଓଡିଆ ଭାଷାରେ ଭୋଟ ପରିଚୟ ପତ୍ର, ତେଲୁଗୁ ଭାଷାରେ ଆଧାର କାର୍ଡ

ମାଲକାନଗିରି,ଏନ୍ଏନ୍ଏସ୍: କୋଟିଆ ବିବାଦ ଥମି ନଥିବା ବେଳେ ପୁଣି ଆନ୍ଧ୍ର ସରକାର ଓଡିଶାର ଏକ ଗ୍ରାମକୁ ନିଜ ରାଜ୍ୟରେ ମିଶାଇବା ପାଇଁ ନାମକରଣ କରିଛନ୍ତି। ଏହି ଗ୍ରାମକୁ ବିଶାଖାପାଟଣା ଜିଲ୍ଲା ପେଦାବାଲି ବ୍ଲକର ଜମଡାଙ୍ଗି ବୋଲି ନାମକରଣ କରିଛି । ବାସ୍ତବରେ ସମ୍ପୃକ୍ତ ଗ୍ରାମ ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଜୁମଡ଼ାଙ୍ଗ ଗ୍ରାମ।


ପ୍ରକାଶ ଯେ, ଏହି ଜୁମଡାଙ୍ଗ ଗ୍ରାମକୁ ଯିବାକୁ ପକ୍କା ରାସ୍ତା ନାହିଁ। ଲୋକେ ଲିମାତାଙ୍ଗ ଗ୍ରାମରୁ କୋତାବାରୀ ଗ୍ରାମ ଓ ଚିତାଙ୍ଗଗାରୁ ଗ୍ରାମ ଅତିକ୍ରମପରେ ପ୍ରାୟ ୩ କିଲୋମିଟର ପାଦ ଚଲା ରାସ୍ତା ଦେଇ ଏହି ଗ୍ରାମକୁ ଯାଇଥାନ୍ତି। ତେଣୁ ଲୋକେ ନିଜର ସାମଗ୍ରୀ ପରିବହନ କରିବା ସହ ଯିବା ଆସିବା ପାଇଁ ଘୋଡ଼ା କିମ୍ବା ଆବଶ୍ୟକସ୍ଥଳେ ଚାଲି ଚାଲି ଯାଇଥାନ୍ତି। ଏଠାକାର ଗ୍ରାମବାସୀ ଓଡ଼ିଆ ଭୋଟର ପରିଚୟ ପତ୍ର ପାଇଥିବା ବେଳେ ତେଲୁଗୁ ଭାଷାର ଆଧାର କାର୍ଡ ପାଇଛନ୍ତି। ଆନ୍ଧ୍ର ସରକାର ଗ୍ରାମବାସୀଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାସହ ବିଜୁଳି ମଧ୍ୟ ଯୋଗାଇ ଦେଉଛି। ହେଲେ ଓଡ଼ିଶା ସରକାରଙ୍କଠାରୁ ଅଧିକ ଚାଉଳ ପାଉଥିବା ଗ୍ରାମବାସୀ କହିଛନ୍ତି। ଏହାସହ ମାସିକ ଭତ୍ତା ମଧ୍ୟ ୨ ହଜାର ଟଙ୍କା ଆନ୍ଧ୍ର ସରକାର ପ୍ରଦାନ କରୁଥିବା ଗ୍ରାମର ଡମୁ ଖିଲ କହିଛନ୍ତି। ଆନ୍ଧ୍ର ସରକାର ଆଗାମୀ ନିର୍ବାଚନରେ ଭୋଟ ଦେବାକୁ କହିଲେ ଆମେ ଆନ୍ଧ୍ରରେ ଭୋଟ ଦେବୁ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ପାନୀୟଜଳର ସୁବିଧା ମଧ୍ୟ ଆନ୍ଧ୍ର ସରକାର କରିଥିବା ଗ୍ରାମବାସୀ କହିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଏହି ଗ୍ରାମକୁ ଆନ୍ଧ୍ର ସରକାର ମଧ୍ୟ ନାମକରଣ କରିଛନ୍ତି।  ବିଶାଖାପାଟଣା ଜିଲ୍ଲାର ପେଦାବାଲି ବ୍ଲକର ଜମଡାଙ୍ଗି ବୋଲି ନାମକରଣ କରାଯାଇଛି । ଧିରେ ଧିରେ କୋରାପୁଟ ପରେ ଆନ୍ଧ୍ର ସରକାର ମାଲକାନଗିରି ଜିଲ୍ଲା ସୀମାନ୍ତ ଏହି ଗ୍ରାମକୁ ନିଜ ଅକ୍ତିଆରରେ ନେବାକୁ ଚକ୍ରାନ୍ତ କରୁଥିବାବେଳେ ଓଡ଼ିଶା ସରକାରଙ୍କ ପାଖରେ ଏହାର ଖବର ମଧ୍ୟ ନାହିଁ। ଯଦି ଏଭଳି ଅବସ୍ଥା ଲାଗିରହେ ତେବେ ଆଗାମୀ ଦିନରେ ଓଡ଼ିଶାର ମାନଚିତ୍ରରୁ ଏହି ଗ୍ରାମ ହଜି ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତେବେ ଏ ବିଷୟରେ ବିଡିଓଙ୍କ ସହ କଥା ହୋଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ କହିଛନ୍ତି।