ବିଭିନ୍ନ ଦାବିନେଇ ସିପିଆଇଏମ ଓ ଓଡ଼ିଶା କୃଷକ ସଭାର ବିକ୍ଷୋଭ

ମାଲକାନଗିରି,ଏନ୍ଏନ୍ଏସ୍: ଦରଦାମ ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ ସହ ବିଭିନ୍ନ ଦାବିନେଇ ସିପିଆଇ(ଏମ) ଓ ଓଡ଼ିଶା କୃଷକସଭା ପକ୍ଷରୁ ମାଲକାନଗିରିଠାରେ ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସିପିଆଇ(ଏମ)ର ଜିଲ୍ଲା ଆବାହକ ବ୍ରଜମାଝୀଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ବସଷ୍ଟାଣ୍ଡଠାରୁ ବାହାରି ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ଓଡ଼ିଶାର ବିଜେଡି ସରକାର କେନ୍ଦ୍ରର ବିଜେପି ସରକାରଙ୍କ ସମସ୍ତ ନୀତିକୁ କାର୍ଯ୍ୟକାରୀ କରି ଚାଲିଛନ୍ତି। ଏଥିସହ କେନ୍ଦ୍ର କୃଷି ଆଇନ ଚାଷୀ ବିରୋଧି। ଏହାଦ୍ୱାରା ମଣ୍ଡି ବ୍ୟବସ୍ଥା ବନ୍ଦହେବ। ଫଳରେ ଚାଷୀମାନେ ଶୋଷିତ ହେବେ। ଚାଷୀଙ୍କ ଠାରୁ ଖାଦ୍ୟଶସ୍ୟ କ୍ରୟ ନ କରାଗଲେ ସରକାରୀ ଖାଦ୍ୟଶସ୍ୟ ସଂଗ୍ରହ ହ୍ରାସ ପାଇବ ବୋଲି କହିଥିଲେ। ଜିଲ୍ଲାପାଳ ଡ.ୱାଇ.ବିଜୟଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।