ପୁଲିସ କ୍ୟାଣ୍ଟିନରେ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ଗିରଫ ପାଇଁ ଆଦିବାସୀ ସମାଜ ମହାସଂଘର ଦାବି

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ପୁଲିସ୍ କ୍ୟାଣ୍ଟିନରେ ଜଣେ ମହିଳା ଦୁଷ୍କର୍ମ ଶୀକାର ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜିତ ହୋଇଛି ଆଦିବାସୀ ସମାଜ ମହାସଂଘ। ଏହାର ତୁରନ୍ତ ତଦନ୍ତ କରି ଦୋଷୀକୁ ଗିରଫ କରିବାକୁ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଦାବି କରିଛି।

ସୂଚନାଯୋଗ୍ୟ, ଜିଲ୍ଲାର ମଣ୍ଡିରେ ଚିନାବାଦାମ ଦୁର୍ନୀତିକୁ ରୋକିବା ସହ ଆଦିବାସୀଙ୍କ ଜମି କିଣାବିକା ନିୟମକୁ କୋହଳ କରିବା ପାଇଁ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ସମର୍ଥନ କରିିବାରୁ ଏହି ନିୟମକୁ ପୂର୍ବଭଳି ବଳବତ୍ତର ରଖିବା ପାଇଁ ଦାବି କରିଛନ୍ତି। ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ସଭାଗୃହରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ଘନଶ୍ୟାମ ମାଡ଼କାମି ପ୍ରକାଶ କରିଛନ୍ତି।

ଜମି କିଣାବିକାରେ ବର୍ତ୍ତମାନ ଆଦିବାସୀମାନେ ଶୋଷଣର ଶୀକାର ହୋଉଥିବା ବେଳେ ଏହି ନିୟମକୁ କହୋଳ କଲେ ସମସ୍ତ ଜମି ବିକ୍ରି କରି ସେମାନେ ସର୍ବସ୍ୱାନ୍ତ ହୋଇଯିବେ ବୋଲି ପ୍ରକାଶ କରିଛନ୍ତି। ପୂର୍ବରୁ ଜିଲ୍ଲାପାଳଙ୍କୁ ପୁଲିସ୍କ୍ୟା ଣ୍ଟିନ ଦୁଷ୍କର୍ମ ମାମଲାରେ ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଦାବି କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଦୋଷୀକୁ ଗିରଫ କରାଯାଇନଥିବାରୁ ଶୀଘ୍ର ଗିରଫ କରିବାକୁ ଦାବି କରାଯାଇଛି।

ତେବେ ଚିନାବାଦାମ ମଣ୍ଡିରେ ଦୁର୍ନୀତି ଘଟଣାରେ କେବଳ ଜଣେ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ଗିରଫ ହୋଇଥିବାରୁ ଏହି ଘଟଣାରେ ଅନ୍ୟ କର୍ମଚାରୀମାନେ ମଧ୍ୟ ଜଡ଼ିତ ଥିବାରୁ ସେମାନଙ୍କୁ ମଧ୍ୟ ଗିରଫ କରିବାକୁ ମହାସଂଘର ଉପଦେଷ୍ଟା ସନୁ ଅନୁଗୁ, କୋଷାଧ୍ୟକ୍ଷ ନରସିଂହ ମାଡ଼କାମୀ ଓ ଜିଲ୍ଲା ଦୁରୁଆ ସମାଜ ସଂଘର ସଭାପତି ମଙ୍ଗଳା ଦୁରୁଆ ଦାବି କରିଛନ୍ତି।