ବେଲପାହାଡ଼ ଫାଟକ ନିକଟରୁ ମହିଳା ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଫାଟକ ନିକଟରୁ  ଜଣେ ୫୫ ବର୍ଷୀୟା ମହିଳାଙ୍କୁ ଉଦ୍ଧାର କରାଯାଇଛି। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମିଶନ ଆଶ୍ରାରେ ଥଇଥାନ କରାଯାଇଥିଲା। ଉକ୍ତ ମହିଳା ଜଣକ ବହୁ ଦିନ ହେବ ବେଲପାହାଡ଼ ଅଂଚଳରେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଲକଡାଉନ ପରେ ସେ ଖାଇବା ପିଇବା ନପାଇ ଅସୁସ୍ଥ ହୋଇ ପଡ଼ିଥିଲେ। ଏବିଷୟରେ ୟଙ୍ଗଷ୍ଟାର ଚାରିଟେବୁଲ ଟ୍ରଷ୍ଟର ସଭାପତି ମିଶନ ଆଶ୍ରାକୁ ଖବର ଦେଇଥିଲେ। ଆଉ ମିଶନ ଆଶ୍ରା ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ଉପଯୁକ୍ତ ସେବା ପ୍ରଦାନ କରାଯିବ ବୋଲି ପିପୁଲ୍ସ ଫୋରମ ପଶ୍ଚିମାଂଚଳର ମୁଖ୍ୟ ସଞ୍ଜୟ ଜେଠୀ କହିଛନ୍ତି।