ଘରୁ ଲୁଟିନେଲେ ଦୁର୍ବୃତ୍ତ

ପାଟଣା,ଏନ୍ଏନ୍ଏସ୍ : ଦିନ ଦ୍ୱିପ୍ରହରେ ଘରୁ ଲୁଟିନେଲେ ଟଙ୍କା। ଘଟଣାଟି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ସୁରେନ୍ଦ୍ରପୁର ଗ୍ରାମରେ ଘଟିଛି। ବୁଧବାର ଦିନ ଦ୍ୱିପ୍ରହରରେ ଦୁଇ ଦୁର୍ବୃତ୍ତ କଳା ବାଇକରେ ଆସି ଉପେନ୍ଦ୍ରନାଥ ଦେଓଙ୍କ ଘର ଆଲମାରି ଭାଙ୍ଗି ନଗଦ ୧୪ ହଜାର ଟଙ୍କା ଲୁଟ ନେଇଛନ୍ତି। ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂଚନା ମୁତାବକ ଦୁଇ ଦୁର୍ବୃତ୍ତ ଏକ କଳା ବାଇକରେ ବିଦ୍ୟୁତ ମରାମତି କରିବା ବାହାନାରେ ଆସି ଲୁଟି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।