ଶିଶୁ ପୁତ୍ର ଜନ୍ମ ଦେଲେ କୋଭିଡ୍ ଆକ୍ରାନ୍ତ  ମହିଳା 

ମାଲକାନଗିରି,ଏନ୍ଏନ୍ଏସ୍:ମାଲକାନଗିରି ଜିଲ୍ଲା ସଦର ମହକୁମା କୋଭିଡ୍  ମୁଖ୍ୟ  ଚିକିତ୍ସାଳୟରେ ଜଣେ କରୋନା ଆକ୍ରାନ୍ତ  ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ତେବେ    ମହିଳା ଜଣକ  କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର  ପ୍ରସବ ସମୟରେ  ପ୍ରସବ କିଭଳି  ହେବ,  ସେନେଇ   ପରିବାର ଲୋକ ଚିନ୍ତାରେ ଥିଲେ। ହେଲେ  ଜିଲ୍ଲା କୋଭିଡ୍  ନୋଡାଲ  ଅଧିକାରୀ ଡା.କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନେତ୍ୱତ୍ୱରେ   ଡା. ଅନୁପମା ମାହାନା  ମହିଳାଙ୍କ ପ୍ରସବ କରାଇଥିଲେ । ସୂଚନା ଅନୁଯାୟୀ,   ମାଲକାନଗିରି  ଜିଲ୍ଲା ଖଇରପୁଟ ବ୍ଲକ ପୋଡାଘାଟ  ଗ୍ରାମର  ଉକ୍ତ ମହିଳା ଜଣକ ୫ ଦିନ ପୂର୍ବେ  କରୋନାରେ ଆକ୍ରାନ୍ତ ହୋଇ  ମାଲକାନଗିରି  କୋଭିଡ୍  ଚିକିତ୍ସାଳୟରେ  ଭର୍ତ୍ତି ହୋଇଥିଲେ।