ଜଳୁଛି ମାଲକାନଗିରି ଜଙ୍ଗଲ

ମାଲକାନଗିରି,ଏନ୍ଏନ୍ଏସ୍: ହୁତୁହୁତୁ ହୋଇ ଜଳୁଛି ମାଲକାନଗିରିର ଅନେକ ଜଙ୍ଗଲ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ବ୍ୟାପିବାରେ ଲାଗିଛି ନିଆଁ। ମାଲକାନଗିରି ସଦରରୁ ମାତ୍ର ୭ରୁ ୮ କିଲୋମିଟର ଦୂରରେ ଥିବା ଚାଲାଣଗୁଡା ଓ ତଣ୍ଡିକି ଗ୍ରାମ ନିକଟରେ ଗୋଟିଏ ପାହାଡ଼ରୁ ଅନ୍ୟ ଗୋଟିଏ ପାହାଡ଼କୁ ନିଆଁ ଲାଗି ପ୍ରାୟ ୧୦ରୁ ୧୫ଟି ପାହାଡ଼କୁ ବ୍ୟାପି ସାରିଲାଣି।

ନିଆଁ ଲାଗିବାର କାରଣ ଜଣାପଡି ନଥିଲେ ମଧ୍ୟ ସ୍ଥାନୀୟ ଲୋକେ ନିଆଁ ଲଗାଇଥିବା ଅନୁମାନ କରୁଛି ବନବିଭାଗ। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗର ଟିମ୍ ଗୁଡିକ ଗଠନ କରାଯାଇ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି। ତେବେ ବନ କର୍ମଚାରୀମାନେ ଦିନ ରାତି ଏକ କରି ନିଆଁକୁ ଲିଭାଉ ଥିବା ବନବିଭାଗ କହୁଥିବା ବେଳେ ନିଆଁ ଲିଭିବାର ନା ନେଉନି।