ଆଜି ପଶ୍ଚିମବଙ୍ଗରେ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ପାଖେଇ ଆସୁଛି ବିଧାନସଭା ନିର୍ବାଚନ। ଏନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ଆଜି ପଶ୍ଚିମବଙ୍ଗ ଗସ୍ତ କରି ତିନୋଟି ନିର୍ବାଚନୀ ଜନସଭାକୁ ସମ୍ବୋଧନ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।

ଏହା ସହିତ ଜୟପୁର, ତାଲଡାଙ୍ଗ୍ରା ଓ କକଡୱିପ ବିଧାନସଭା ନିର୍ବାଚନମଣ୍ଡଳୀରେ ଜନସଭାକୁ ସମ୍ବୋଧନ କରିବେ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ।