ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାରେ ଆଜି ଗୋଟିଏ ଦିନରେ ୧୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଆଉ ୧୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ମୋଟ୍ ୫୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ରବିବାର ସୁଦ୍ଧା ଜିଲ୍ଲାର ୪୫୪୨ ଜଣଙ୍କ ନମୂନା ସଂଗ୍ରହ କରାଯାଇଥିବା ବେଳେ ୪୩୪୭ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇଥିଲା। ତନ୍ମଧ୍ୟରୁ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୨୯୪ ଟି ନମୂନା ନେଗେଟିଭ ଥିବାବେଳେ ୧୯୫ ଟି ନମୁନାର ରିପୋର୍ଟ ଆସିନଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।