ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ତୈଳ ଦର ବୃଦ୍ଧି ବିରୋଧରେ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ମାଷ୍ଟରକ୍ୟାଣ୍ଟନ ଠାରେ ବିକ୍ଷୋଭ କରାଯାଇଛି। ଯୁବ ଛାତ୍ର ସଙ୍ଗଠନର ରାଜ୍ୟ ସଂଯୋଜକ ମନୱରଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭକୁ ସମ୍ବୋଧିତ କରି ଏନ୍ୱାଇସିଏସର ସହ ପ୍ରତିଷ୍ଠାତା ଶେଷଦେବ ନନ୍ଦ ସରକାରଙ୍କୁ ସମାଲୋଚନା କରି କହିଲେ ଯେ, କେବଳ ପେଟ୍ରୋଲ୍ ଡିଜେଲର ଦର ବୃଦ୍ଧି କରି ରାଜସ୍ୱ ସଂଗ୍ରହ କରିବା ଅତ୍ୟନ୍ତ ନିନ୍ଦନୀୟ ପଦକ୍ଷେପ। ଆଗରୁ ଏଥିରୁ ସରକାର ରୋଜଗାର କରୁଥିବାବେଳେ ଏବେ ଏହି ଅର୍ଥ କର୍ପୋରେଟ୍ ପକେଟକୁ ଯାଉଛି। ଯୁବ ଛାତ୍ର ସଙ୍ଗଠନ ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି କହିଲେ ଯେ, ସରକାର ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ପେଟ୍ରୋଲ୍ ଡିଜେଲର ଦରବୃଦ୍ଧି ବାଧିଛି। ପରେ ସଙ୍ଗଠନ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି କୁହାଯାଇଥିଲା ।