ଆସନ୍ତାକାଲି ଦିନ ୧୨ଟାରେ ରଥଟଣା

ପୁରୀ,ଏନ୍ଏନ୍ଏସ୍: ଆସନ୍ତାକାଲି ରଥଯାତ୍ରା ନେଇ ନୀତିକାନ୍ତିର ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି । ସକାଳ ୭ଟାରେ ପହଣ୍ଡି ଆରମ୍ଭ ହେବା ସହ ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ ବୋଲି ସମୟ ନିର୍ଘଣ୍ଟରେ ପ୍ରକାଶ ପାଇଛି । ପ୍ରାତଃ ୩ଘଟିକା ସମୟରେ ମଙ୍ଗଳ ଆଳତି ଓ ପ୍ରାତଃ ୩ଟା ୧୫ମିନିଟ ସମୟରେ ମଇଲମ ନୀତି ଆରମ୍ଭ ହେବ। ୩ଟା ୩୦ରେ ତଡ଼ପ ଲାଗି କରାଯିବା ସହ ଭୋର ୪ଟାରେ ରୋଷହୋମ, ଭୋର ୪ଟା ୩୦ମିନିଟରେ ଅବକାଶ, ୪ଟା ୪୫ରେ ସୂର୍ୟ୍ୟ ପୂଜା ଏବଂ ସକାଳ ୫ଟାରେ ଦ୍ୱାରପାଳ ପୂଜା ସହ ବେଶ ଶେଷ ନୀତି ସମାପ୍ତ ହେବ ବୋଲି ପ୍ରକାଶ ପାଇଛି ।

ସେହିଭଳି ୫.୩୦ରୁ ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡ଼ି ଭୋଗ) ହେବ। ୬.୪୫ ରଥ ପ୍ରତିଷ୍ଠା କରାଯିବା ସହ ମଙ୍ଗଳାର୍ପଣ, ସକାଳ ୭ଟାରେ ପହଣ୍ଡି ଆରମ୍ଭ ହୋଇ ଦିନ୧୦ଟାରେ ପହଣ୍ଡି ଶେଷ ହେବ। ୧୦ଟାରୁ ୧୦.୩୦ ମଧ୍ୟରେ ମଦନ ମୋହନ ରଥକୁ ବିଜେ କରିବା ସହ ୧୦.୩୦ରୁ ୧୧ଟା ମଧ୍ୟରେ ଚିତା ଲାଗି କରାଯିବ। ୧୧ଟାରୁ ୧୧.୩୦ ମଧ୍ୟରେ ତିନି ଠାକୁରଙ୍କ ବେଶ ଶେଷହେବ। ୧୧.୩୦ରୁ ଛେରା ପହଁରା ଆରମ୍ଭ ହୋଇ ୧୨.୧୫ ପର୍ୟ୍ୟନ୍ତ ଚାଲିବ। ଏହାପରେ ୧୨.୩୦ ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା କାମ ଶେଷ ହେବାସହ ଦିନ ୧୨ଟାରେ ରଥ ଟଣା ଆରମ୍ଭ ହେବ।