ମାଲକାନଗିରି ଜିଲ୍ଲା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିିତ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ନଗରଭବନଠାରେ ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ଜନତା ଦଳର୨୪ ତମ ପ୍ରତିଷ୍ଟା ଦିବସ ପାଳିତ ହୋଇଯାଇଛି। ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉପ ସଭାପତି ତଥା ପୂର୍ବତନ ପୌରପରିଷଦ ଅଧ୍ୟକ୍ଷା ରାଜୱନ୍ତ କୌର, ପୂର୍ବତନ ଉପାଧ୍ୟକ୍ଷ ତଥା କୋଷାଧ୍ୟକ୍ଷ ମନୋଜ କୁମାର ବାରିକ, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ଗୋପାଳ କୃଷ୍ଣ ପଣ୍ଡା, ରବି ନାରାୟଣ ପାତ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ଆଡ଼ମା ରାୱା ଯୋଗଦେଇ ଥିଲେ। ଏ ଅବସରରେ ପ୍ରକୃତିବନ୍ଧୁ ତଥା ଦଳର ଉପଦେଷ୍ଟା ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ରଚିତ ଓଡ଼ିଆ ପୁଅ ବିଜୁ ପଟ୍ଟନାୟକ ନାମକ ପୁସ୍ତକ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା। ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ସଂଗଠନ ସମ୍ପାଦକ ନୃସିଂହ ଚରଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।