ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳନ

ଗୁଣପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ବିଜୁ ଜନତା ଦଳ ଗୁଣପୁର ନିର୍ବାଚନମଣ୍ଡଳୀ ଆନୁକୂଲ୍ୟରେ ୨୪ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ନୂଆ ବସ୍-ଷ୍ଟାଣ୍ଡରେ ଥିବା ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ରାଜ୍ୟ ଯୋଜନା କଲ୍ୟାଣ ବୋର୍ଡ ଉପଦେଷ୍ଟା ସୁଧୀର ଦାଶ, ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗ , ଜିଲ୍ଲା ଛାତ୍ର ବିଜୁ ଜନତା ଦଳ ସଭାପତି ଶ୍ରୀ ପିଣ୍ଟୁ ପଣ୍ଡା ଓ ବିଜେଡି ନଗର ସଭାପତି ରାମ ପଣ୍ଡାଙ୍କ ଦ୍ୱାରା ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ସ୍ଥାନୀୟ ଟାଉନହଲ ଠାରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସ୍ଥାନୀୟ ବିଜୁଜନତା ଦଳ ଦ୍ୱାରା ହୋଇଥିବା ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଗୁଣପୁର ବରିଷ୍ଠ ଆଇନଜୀବୀ ଦେବୀ ଆଚାର୍ଯ୍ୟ, ରାଜେନ୍ଦ୍ର ପ୍ରସାଦ ସାହୁ, କୃଷ୍ଣ ସେନାପତି, ଗଣେଶ ପଣ୍ଡା ଏବଂ ମନୋଜ ପାଣିଙ୍କ ସହ ଶତାଧିକ ବିଜେଡି କର୍ମୀ ଯୋଗଦେଇ ଥିଲେ।