ପୁଣି ୨୯ ଜଣ ଚିହ୍ନଟ: ୩ ଜଣ ମୃତ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯୬୦ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷ ବୟସ୍କା ବୃଦ୍ଧା, ଜଣେ ୪୦ ବର୍ଷିୟ ମହିଳା ଓ ଜଣେ୬୦ ବର୍ଷିୟ ବୃଦ୍ଧ ବୋଲି ଜଣାପଡ଼ିଛି। ଆଜିର ଚିହ୍ନଟଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦର ୩ ଜଣ, ମାଲକାନଗିରି ବ୍ଲକର ୩ ଜଣ, ମାଥିଲି ବ୍ଲକର ୨ ଜଣ, ପଡ଼ିଆ ବ୍ଲକର ୬ ଜଣ, ଖଇରପୁଟ ବ୍ଲକର ୯ ଜଣ, କାଲିମେଳା ବ୍ଲକର ୫ ଜଣ ଓ କୋରୁକୋଣ୍ଡା ବ୍ଲକର ଜଣେ ଚିହ୍ନଟ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୯୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୬୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ବର୍ତ୍ତମାନ ୨୮୨ ଜଣ ଚିକିତ୍ସାଧୀନ ରହିଛନ୍ତି।