୫୨ ନୂଆ ପଜିଟିଭ ଚିହ୍ନଟ ଓ ୩ ମୃତ

ବାରିପଦା, ଏନ୍ଏନ୍ଏସ୍: ଆଜି ମୟୂରଭଞ୍ଜ ଜିଲ୍ଲାରୁ ୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୬୩୩ ରେ ପହଞ୍ଚିଛି। ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି। ଏହି ମୃତ ୩ ଜଣଙ୍କୁ ମିଶାଇ ଜିଲ୍ଲାରୁ ମୋଟ ୬୩ ଜଣଙ୍କର ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟରୁ ଜଣାପଡ଼ିଛି।