ମଲଦା ଓ ପତ୍ରାପାଲି ପଞ୍ଚାୟତ ୭ ଦିନିଆ ସଟଡାଉନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡ଼ା ସଦର ବ୍ଲକର ମଲଦା ଏବଂ ପତ୍ରାପାଲି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି। ଏହି ସଟଡାଉନ ୨୧ ତାରିଖରୁ ଆସନ୍ତା ୨୮ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଜାରି ରହିବ। ପତ୍ରାପାଲି ପଞ୍ଚାୟତର ପତ୍ରାପାଲି, ଭୁର୍ଷୁଣ, ଡୁମେରମୁଣ୍ଡା ଏବଂ ମଲଦା ପଞ୍ଚାୟତର ଖଏଟ୍, ମଲଦା ଏବଂ ରାମପୁର ଗାଁ ସମ୍ପୂର୍ଣ୍ଣ ସଟ୍ଡାଉନ ରହିବ ବୋଲି ଜଣାପଡ଼ିଛି। ଏହି ସମୟରେ ଘରକୁ ଘର ବୁଲି ପ୍ରତ୍ୟେକ ପରିବାରର ଆକ୍ଟିଭ ସର୍ଭିଲାନ୍ସ କରାଯାଇ ଆବଶ୍ୟକମତେ ଗୃହ ସଂଗରୋଧ ଏବଂ ସଂଗରୋଧ କେନ୍ଦ୍ରରେ ରହିବାକୁ ବାଧ୍ୟତାମୂଳକ କରାଯିବ। କୌଣସି ବ୍ୟକ୍ତି ଏହି ଅଞ୍ଚଳ ବାହାରକୁ ଅବା ଭିତରକୁ ଯାତାୟାତ କରିପାରିବେ ନାହିଁ। କେବଳ ମେଡିକାଲ କାର୍ଯ୍ୟ ଲାଗି ଯାତାୟାତର ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି।