ପ୍ରଣୟଙ୍କୁ ପ୍ରଥମ ମାଲେସିଆ ମାଷ୍ଟର୍ସ ଟାଇଟଲ

ନୂଆଦିଲ୍ଲୀ: କ୍ବାଲାଲମ୍ପପୁର ଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସରେ ଭାରତୀୟ ସଟଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତୀୟ ଅଭିଜ୍ଞ ତାରକା ବ୍ୟାଡମିଣ୍ଟନ ଖେଳାଳି ଏଚଏସ ପ୍ରଣୟ ଚମ୍ପିଆନ ହୋଇଛନ୍ତି । ପୁରୁଷ ଏକକ ଫାଇନାଲ ମୁକାବିଲାରେ ସେ ଚୀନର ୱେଙ୍ଗ ହଙ୍ଗୟାଙ୍ଗଙ୍କୁ ପରାସ୍ତ କରି ବାଜି ମାରି ନେଇଛନ୍ତି । ଏହା ତାଙ୍କ କ୍ୟାରିଅରର ପ୍ରଥମ ବିଡବ୍ଲ୍ୟୁଏଫ ବିଶ୍ବ ଟୁର ଟ୍ରଫି । ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ ୯୪ ମିନିଟ ଧରି ଚାଲିଥିଲା । ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ୱେଙ୍ଗ ହଙ୍ଗୟାଙ୍ଗଙ୍କୁ ୨୧-୧୯, ୧୩-୨୧, ୨୧-୧୮ ସେଟ ଗେମରେ ପରାସ୍ତ କରି ବିଜୟ ହାସଲ କରିଥିଲେ ।

ବିଡବ୍ଲ୍ୟୁଏଫ ମାନ୍ୟତା ତାଲିକାରେ ନବନ ସ୍ଥାନରେ ରହିଥିହା ପ୍ରଣୟ ଟାଇଟାଲ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ଗେମରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ସ୍ଥିତି ୧୬-୧୬ରେ ରହିଥିଲା । ଏହାପରେ ପ୍ରଣୟ ଜବରଦସ୍ତ କମବ୍ୟାକ କରିଥିଲେ । ଚତୁରତାର ସହ ଖେଳ ପ୍ରଦର୍ଶନ କରି ଆଗୁଆ ରହିଥିଲେ । ପ୍ରଥମ ଗେମ କବଜା କରିଥିଲେ ।