ପର୍ଯ୍ୟଟକଙ୍କ ପାଇଁ ବିକଶିତ ହେବ କୋଣାର୍କ ମନ୍ଦିର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାଶ୍ୱର୍ ବିକଶିତ ଓ ଆକର୍ଷଣୀୟ କରାଯିବ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କୀତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତିି । ବିକାଶ କାର୍ଯ୍ୟ ଲାଗି ୨୦୯ କୋଟି ୭୩ ଲକ୍ଷ ଟଙ୍କାକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି ।