ରେଡକ୍ରସ ପକ୍ଷରୁ ମେଲେରିଆ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁର୍ଡ଼ା ଗ୍ରାମରେ ରେଡକ୍ରସ କର୍ମୀଙ୍କ ତରଫରୁ ଗ୍ରାମବାସୀଙ୍କୁ ମେଲେରିଆ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଡକ୍ରସ କର୍ମୀ ରାମ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡେଙ୍ଗ ସରପଞ୍ଚ ଈତିଶ୍ରୀ ସାହୁ ଓ ସମ୍ମାନୀତ ଅତିଥି ଭାବେ ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ଘୁନା ହାଇସ୍କୁଲର ଜୁନିୟର ରେଡକ୍ରସ କାଉନସେଲର ପ୍ରଭାକର ଛନ୍ଦ, ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ହାଇସ୍କୁଲର ଜୁନିୟର ରେଡକ୍ରସ କାଉନସେଲର ଅରବିନ୍ଦ କୁମ୍ଭାର ଯୋଗ ଦେଇଥିଲେ । ଏହି ରୋଗର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଖାନାର ପରାମର୍ଶ ନିଅନ୍ତୁ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଏହି ଅବସରରେ ଗ୍ରାମର କାନ୍ଥମାନଙ୍କରେ ସଚେତନତା ପୋଷ୍ଟର ମରାଯାଇଥିଲା ଓ ଗ୍ରାମବାସୀଙ୍କୁ ଲିଫଲେଟ୍ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ରେଡକ୍ରସ କର୍ମୀ ଶେଖର ମେହେର ପରିଚାଳନା କରିଥିବାବେଳେ ସୁମିତ ମହାନନ୍ଦ ଧନ୍ୟବାଦ ଦେଇଥିଲେ ।