ଅଦାନୀ ଗ୍ରୁପ କିଣିବ ଏନଡିଟିଭି

ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତି ଗୌତମ ଅଦାନୀ ନେତୃତ୍ୱାଧୀନ ଅଦାନି ଗ୍ରୁପ ମିଡିଆ ସେକ୍ଟରରେ ପ୍ରବେଶ କରିବାକୁ ଯାଉଛି । ଅଦାନୀ ଗ୍ରୁପ ଏନଡିଟିଭିର ୨୯.୧୮ ପ୍ରତିଶତ ଅଂଶଧନ କିଣିବ ।

ଏଏମଜି ମିଡିଆ ନେଟୱର୍କ ଲିମିଟେଡର ସିଇଓ ସଞ୍ଜୟ ପୁଗଲିୟା ଏକ ବୟାନରେ କହିଛନ୍ତି ଯେ, ଏହି ଅଧିଗ୍ରହଣ ମିଡିଆ ଇଣ୍ଡଷ୍ଟ୍ରୀକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆମେ ଭାରତୀୟ ନାଗରିକ ଭାରତକୁ ନେଇ ରୁଚି ରଖୁଥିବା ସୂଚନା ଓ ଜ୍ଞାନ ସହ ସଶକ୍ତ ହେବୁ । ଆମ ଦୃଷ୍ଟିକୋଣକୁ ପୁରା କରିବା ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ପ୍ରସାରଣ ଓ ଡିଜିଟାଲ ପ୍ଲାଟଫର୍ମ ।