ବରଗଡ଼, ଏନ୍ଏନ୍ଏସ୍: ଅଲଇଣ୍ଡିଆ ହେୟାର ଆଣ୍ଡ ବିୟୁଟି ଏସୋସିଏନ ତରଫରୁ ବରଗଡ଼ରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଇମ୍ପରିୟଲ କଲେଜ ପରିସରରେ ଅନୁଷ୍ଠିତ ଏହି କର୍ମଶାଳାରେ ଓଡିଶାର କିଛି ସୁନାମଧନ୍ୟ ପ୍ରଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡ ନିମନ୍ତେ ଏକ ଅନଲାଇନ ସୌନ୍ଦର୍ଯ୍ୟ ପ୍ରସାଧନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଓଡିଶା ସମେତ ଛତିଶଗଡ ଏବଂ ପଶ୍ଚିମବଙ୍ଗରୁ ପ୍ରାୟ ୩୫ ଜଣ ମେକଅପ ଆର୍ଟିଷ୍ଟ ଅଂଶଗ୍ରହଣ କରିଥିବାବେଳେ ଅଡିଓ ଭିଜୁଆଲ ସହ ବଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର ଓ ଆର୍ଟିଷ୍ଟମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯାଇଥିଲା । ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପେଶାଦାର ବିୟୁଟିସିୟାନମାନଙ୍କୁ ଶୃଙ୍ଖଳିତ କରି ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇପାରିବ ବୋଲି ଅଲ୍ ଇଣ୍ଡିଆ ହେୟାର ଆଣ୍ଡ ବିୟୁଟି ଏସୋସିଏନର ଉପ ସଭାନେତ୍ରୀ ମିନତୀ ସାହୁ କହିଥିଲେ ।