ପାଟଣା,ଏନ୍ଏନ୍ଏସ୍: ୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର ବିନିଦା ଗ୍ରାମର ଦମ୍ପତିଙ୍କୁ ତୁରୁମୁଙ୍ଗା ପୁଲିସ ଗିରଫ କରିଛି। ଗିରଫ ଦମ୍ପତି ହେଲେ ବିନିଦା ଗ୍ରାମର ନନ୍ଦକିଶୋର ସେଠୀ ଓ ତାଙ୍କ ପତ୍ନୀ ଜାନକୀ ସେଠୀ। ସୂଚନା ଅନୁଯାୟୀ, ୨୦୧୯ ମସିହାରେ ଏହି ଦମ୍ପତି ଗ୍ରାମର ଏକ ସଂୟ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଠାରୁ ହଳଦୀ ପେଶା ମେସିନ, ତେଲ ପେଶା ମେସିନ ଓ ଖଲି ଚଉତି ମେସିନ କିଣି ଦେବେ କହି ୮ଲକ୍ଷ ଟଙ୍କା ନେଇ ଦୁଇବର୍ଷ ହେବ ଫେରାର ହୋଇଯାଇଥିଲେ। ୩/୪ ଦିନ ପୂର୍ବରୁ ନନ୍ଦକିଶୋର ଗାଁ କୁ ଫେରିବା ପରେ ଖବର ପାଇ ତୁରୁମୁଙ୍ଗା ପୁଲିସ ନନ୍ଦକିଶୋରଙ୍କୁ ଜେରା କରିବାରୁ ତାଙ୍କ ସ୍ତ୍ରୀଙ୍କ ଠାବ ପାଇଥିବା ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି କହିଛନ୍ତି। ଭୁବନେଶ୍ୱରରୁ ଜାନକୀ ଧରା ପଡିବା ପରେ ଉକ୍ତ ଦମ୍ପତିଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି।