ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ, ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ କ୍ଲବ ପକ୍ଷରୁ ଆଜି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରସୁଗୁଡ଼ା ବସଷ୍ଟାଣ୍ଡ ଗୋଲେଇସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ବେହେରାମାଲ କିଶାନ ଛକସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦେଶପ୍ରତି ସେମାନଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରାଯାଇଛି।

ସେହିପରି ବରଗଡ଼ ସାସଂଦ ସୁରେଶ ପୂଜାରୀ ବେଲପାହାଡ଼ ଶାସ୍ତ୍ରୀ ଛକସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଅନ୍ୟପଟେ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଅନ୍ୟପଟେ ଜିଲ୍ଲା ବନ ବିଭାଗ ପକ୍ଷରୁ ଏକ ସାଇକେଲ ରାଲିର ଆୟୋଜନ କରାଯାଇ ଲୋକଙ୍କୁ ବୃକ୍ଷ ରୋପଣ କରିବା ଦିଗରେ ସଚେତନ କରାଯାଇଛି।