ସୁପ୍ରସିଦ୍ଧ କମେଡିୟାନ ଉମର ସରିଫଙ୍କ ପରଲୋକ

ନୂଆଦିଲ୍ଲୀ: ପାକିସ୍ତାନର ସୁପ୍ରସିଦ୍ଧ କମେଡିୟାନ ଉମର ସରିଫଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଜର୍ମାନୀରେ ଚିକିତ୍ସାଧୀନ ଥିବାବେଳେ ଉମର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତବର୍ଷ ତାଙ୍କର ହୃତପିଣ୍ଡରେ ବାଇପାସ ସର୍ଜରୀ ହୋଇଥିଲା। ସେବେଠୁ ତାଙ୍କ ସ୍ୱାସ୍ଥ୍ୟଗସ୍ଥା ଗୁରୁତ୍ୱର ରହିଥିଲା। ସେପ୍ଟେମ୍ବର ୨୮ରେ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆମେରିକା ନିଆଯାଉଥିବାବେଳେ ରାସ୍ତାରେ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଅଗଷ୍ଟରେ ଉମର ହୃଦଘାତର ଶିକାର ହୋଇଥିଲେ। ଉମରଙ୍କର ୨ଥର ବାଇପାସ୍ ସର୍ଜରୀ ମଧ୍ୟ ହୋଇଛି। ମନୋରଞ୍ଜନ ଜଗତରେ କମେଡିୟାନ, ଅଭିନେତା, ନିର୍ମାତା ରୂପେ ଅବଦାନ ପାଇଁ ତାଙ୍କୁ ‘ତମଗା-ଏ-ଇମତିଆଜ’ ସମ୍ମାନରେ ସମ୍ମାନିତ କରାଯାଇଛି।