ନୂଆଦିଲ୍ଲୀ,ଏଜେନ୍ସି: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁ ଗାନ୍ଧୀ ଜୟନ୍ତୀ ଅବସରରେ ସେ କହିଛନ୍ତି କି ମୁଁ ଗାନ୍ଧୀ ଜୀ’ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପଥ ଅନୁସରଣ କରିବି। ଏଥିସହ ସେ କହିଛନ୍ତି କି ପଦବୀରେ ରୁହେ କି ନରୁହେ, ସର୍ବଦା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସହ ଛିଡା ହେବି। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ସିଦ୍ଧୁ ଟୁଇଟ କରି ଏହି ମନ୍ତବ୍ୟ ଦେଇଛନ୍ତି। ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦରେ ନବଜୋତ ସିଂହ ସିଦ୍ଧୁଙ୍କ ଏହି ବୟାନ ବହୁତ ବଡ଼ ଭୂମିକା ଗ୍ରହଣ କରିବ।
ସୂଚନା ଅନୁସାରେ ସିଦ୍ଧୁ ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ କିଛି ନିର୍ଣ୍ଣୟକୁ ନେଇ ଅସନ୍ତୁଷ୍ଟ ହୋଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।