ଶେଷରେ ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ମହାରାଷ୍ଟ୍ର: ଅନେକ ବାଦ ବିବାଦ ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦେଶମୁଖ ରାଜ୍ୟପାଳ ବଦଳରେ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଦାନ କରିଛନ୍ତି। ସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) କୋଟାରୁ ଗୃହମନ୍ତ୍ରୀ ଥିଲେ।

ସୂଚନାଯୋଗ୍ୟ, ଅନୀଲ ଦେଶମୁଖଙ୍କ ନାମରେ ଚାନ୍ଦା ଆଦାୟର ଅଭିଯୋଗ ଥିଲା। ସେ ମାସକୁ ୧୦୦ କୋଟି ଚାନ୍ଦା ଆଦାୟ କରିବାକୁ ସଚ୍ଚିନ ଭାଜେଙ୍କୁ କହିଥିଲେ। ଉକ୍ତ ମାମଲାରେ ବମ୍ବେ ହାଇକୋର୍ଟ ଆଜି ସିବିଆଇ ଯାଞ୍ଚର ଆଦେଶ ଦେଇଛନ୍ତି। ଏହି ଫଇସଲା ବମ୍ବେ ହାଇକୋର୍ଟ ପୂର୍ବ କମିଶନର ପରମବୀର ସିଂହଙ୍କ ଜନସ୍ୱାସ୍ଥ୍ୟ ମାମଲା ଉପରେ ଦେଇଛନ୍ତି। ଅନୀଲ ଦେଶମୁଖ ହିଁ ଚାନ୍ଦା ଆଦାୟ ଲାଗି ଟାର୍ଗେଟ ଦେଇଥିବା ପରମବୀର ସିଂହ ଆରୋପ ଲଗାଇ ସିବିଆଇ ଯାଞ୍ଚ ଦାବି କରିଥିଲେ। ପରମବୀର ସିଂହଙ୍କ ଅଭିଯୋଗ ପରେ ଅନୀଲ ଦେଶମୁଖଙ୍କ ଇସ୍ତଫା ନେଇ ଦାବି ହୋଇଥିଲା। ସେଥିଲାଗି ଆଜି ବମ୍ବେ ହାଇକୋର୍ଟର ଫଇସଲା ପରେ ଦେଶମୁଖ ଇସ୍ତଫା ଦେଇଛନ୍ତି।