ୟୁପିର ସମସ୍ତ ଜିଲ୍ଲାରେ ଜାରି ହେଲା ଧାରା ୧୪୪

ଲଖନଔ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁପି ସରକାର ସମସ୍ତ ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି। ଏଥିପାଇଁ ସମସ୍ତ ଜିଲ୍ଲାର ଡୀଏମ ଓ ଏସପିଙ୍କୁ ଚିଠି ଲେଖାଯାଇଛି। ଏହି ସମୟରେ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ। ପଞ୍ଚାୟତ ନିର୍ବାଚନ ପ୍ରଚାର ସମୟରେ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। କୌଣସି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ଏକତ୍ରିତ ହେବାକୁ ଥିଲେ ଅନୁମତି ନେବାକୁ ପଡ଼ିବ ବୋଲି ଜଣାପଡ଼ିଛି।