ପାଟଣାଗଡ଼ରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ

ପାଟଣାଗଡ଼,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠୁ ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ସ୍ଥିତ ବଙ୍କଳ ପ୍ରାଥମିକ ବିଦ୍ୟାଳୟରେ ସ୍ଥାନୀୟ ଚିକିତ୍ସାଧିକାରୀ ଡାକ୍ତର ପୀତବାସ ସା ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ୧୫ରୁ ୧୮ ବର୍ଷର ଛାତ୍ରଛାତ୍ରୀମାନେ ଉତ୍ସାହର ସହ  ଲାଇନରେ ଛିଡ଼ା ହୋଇ କୋଭାସ୍କିନ ଟିକା ନେଇଥିଲେ। ଏଥିସହିତ ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଟିକାକରଣ ଆରମ୍ଭ କରାଯାଇଥିବାରୁ ପିଲାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଜି ପ୍ରଥମ ଦିନରେ ୧୬୦ ଜଣ ଛାତ୍ରଛାତ୍ରୀଙ୍କୁ ଟିକା ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ହସ୍ପିଟାଲ ମ୍ୟାନେଜର ଘନଶ୍ୟାମ ତ୍ରିପାଠୀ, ମନୋଜ ଆଚାର୍ଯ୍ୟ, ଡିଇଓ, ଉଜ୍ଜ୍ୱଳ ପ୍ରଧାନ ଓ ବୈଷ୍ଣବୀ ନାଗ ପ୍ରମୁଖ ସାମିଲ ଥିଲେ।