ମଧୁବନନଗର ବାଇପାସରେ ସ୍ଥାନୀୟ ଲୋକଙ୍କ ଧାରଣା

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଂଚଳର ମଧୁବନନଗର ବାଇପାସରେ ବିଭିନ୍ନ ଦାବି ନେଇ ଆଜି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନେ କହଥିଲେ ଯେ, ଏହି ବାଇପାସ ରାସ୍ତ ଦେଇ ଇବଭେଲି ଖଣିକ୍ଷତ୍ରେରରୁ ବିଭିନ୍ନ ସ୍ଥାନକୁ କୋଇଲା ପରିବହନ କରାଯାଉଛି। ହେଲେ କୋଇଲା ଖଣି କର୍ତ୍ତୃପକ୍ଷ ସ୍ଥାନୀୟ ନିଯୁକ୍ତି ତଥା ବିକାଶ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନାହନ୍ତି। ଫଳରେ ଧୁଳିଧୂଆଁ ଖାଇ ଲୋକେ ରୋଗରେ ପଡୁଛନ୍ତି। ତେଣୁ ପ୍ରଥମେ ଏମସିଏଲ ପକ୍ଷରୁ ସ୍ଥାନୀୟ ନିଯୁକ୍ତି ପ୍ରଦାନ, ଅଞ୍ଚଳରେ ଗଭୀର ନଳକୂପ ଖନନ, କ୍ଲବ ଆଦି ନିର୍ମାଣ କରିବାପରେ ମଧୁବନନଗର ବାଇପାସ ଦେଇ କୋଇଲା ପରିବହନ ପାଇଁ ସ୍ଥାନୀୟ ଲୋକେ ଅନୁମତି ଦେବେ। ଘଟଣାସ୍ଥଳକୁ ଇବଭେଲି ପ୍ରେଜେକ୍ଟ ଅଫିସର , ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ, ଓରିଏଣ୍ଟ ଥାନା ଅଧିକାରୀ ବୈକୁଂଠ ବିହାରୀ ସେଠ ଏବଂ ପୁଲିସ ଦଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଇବଭେଲି ପ୍ରୋଜେକ୍ଟ ଅଫିସର ଆନ୍ଦୋଳନକାରୀଙ୍କ ସମସ୍ତ ଦାବିପୂରଣ କରାଯିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ।