ନିଜ ଝିଅକୁ ଯୌନ ଶୋଷଣ କରୁଥିଲା ମାଆ, ମିଳିଲା ୭୨୩ ବର୍ଷ ଜେଲ୍ ଦଣ୍ଡ

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକାରେ ଜଣେ ମହିଳା ନିଜ ଝିଅ ଏବଂ ନିଜ ସାବତ ଝିଅକୁ ଯୌନ ଶୋଷଣ ଅଭିଯୋଗରେ ୭୦୦ବର୍ଷରୁ ଅଧିକ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ତାଙ୍କ ନାମଲିଡା ମ୍ୟାରୀ ଲେଶର। ଏହି ମାମଲାରେ ଲିଜାଙ୍କ ସ୍ୱାମୀ ମାଇକେଲ୍ ଲେଶରଙ୍କୁ ମଧ୍ୟ ୪୩୮ବର୍ଷର ଜେଲ ହୋଇଛି। ଲିଜାଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଲାଗିଛି।
ସୂଚନା ଅନୁସାରେ, ଲିଜା ନିଜ ସ୍ୱାମୀ ସହ ମିଶି ନିଜ ଝିଅ ଏବଂ ନିଜ ସାବତ ଝିଅକୁ ଅନେକ ବର୍ଷ ଯାଏଁ ଯୌନ ନିର୍ଯାତନା ଦେଉଥିଲେ। ଏହି ମାମଲାକୁ ସର୍ବ ପ୍ରଥମେ ୨୦୦୭ମସିହାରେ ରିପୋର୍ଟ କରାଯାଇଥିଲା କିନ୍ତୁ ଏହାପରେ ଏହାକୁ ପୀଡ଼ିତାଙ୍କ ଅନୁରୋଧରେ ପୁଣି ଥରେ ଖୋଲାଯାଇଥିଲା। ପୀଡିତା କହିଛନ୍ତି ଏକ ଦଶନ୍ଧିଧରି ଏପରି ନିର୍ଯ୍ୟତନା ସହି ଆସୁଥିଲେ। ଏତେବର୍ଷ ପରେ ତାଙ୍କୁ ନ୍ୟାୟ ମିଳିଛି।