ଜଗତସିଂହପୁର, ଏନ୍ଏନ୍ଏସ୍: ଭୋଟ ଦେବାକୁ ଯାଉଥିବା ବେଳେ ରାସ୍ତାରେ ଟଳିପଡିଲେ ଜଣେ ବୃଦ୍ଧା। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଏଭଳି ଘଟଣାଘଟିଛି। ଆଜି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପ ନିର୍ବାଚନ ପାଇଁ ମତଦାନ ହେଉଛି। ରେଢୁଆ ଅଞ୍ଚଳର ବୃଦ୍ଧା ନଗରୀ ସେଠୀ ଭୋଟ ଦେବାକୁ ଯାଉଥିବାବେଳେ ହଠାତ୍ ରାସ୍ତାରେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ରେଢ଼ୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।