Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଚାଷୀ ସମସ୍ୟାକୁ ନେଇ ମା’ ଭୈରବୀ ବଂଶଧାରା କୃଷକ ସଂଗଠନର ଚେତାବନୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଚାଷୀ ସମସ୍ୟାକୁ ନେଇ ମା’ ଭୈରବୀ ବଂଶଧାରା କୃଷକ ସଂଗଠନର ଚେତାବନୀ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି ପଞ୍ଚାୟତ ଭୈରବୀ ମନ୍ଦିର ନିକଟରେ ମା’ ଭୈରବୀ ବଂଶଧାରା କୃଷକ ସଂଗଠନ ତରଫରୁ ଚାଷୀଙ୍କ ଦୀର୍ଘ ଦିନର ସମସ୍ୟା ଓ ଏହାର ନିରାକରଣକୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କୃଷକ ସଂଗଠନର ସଭାପତି ବୁଦ୍ଧିଆ ଗୌଡ଼ଙ୍କ ସଭାପତିତ୍ୱ ଓ କୃଷକ ବନ୍ଧୁ କୈଳାଶ ରଥଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ, ଅନୁଭବୀ ଓ କୃଷକ ସଂଗଠନର ଅନ୍ୟତମ ପ୍ରତିଷ୍ଠାତା ପୁରନ୍ଦର ପ୍ରଧାନୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ମନୋରଞ୍ଜନ ଦଳାଇ, ସମ୍ମାନିତ ଅତିଥିଭାବେ ମୁନିଗୁଡ଼ା ବ୍ଲକର ଟାଣୁଆ କୃଷକ ନେତା ଡମ୍ବରୁଧର ଶତପଥୀ, ଚନ୍ଦ୍ରଶେଖର ବେହେରା, ପଦ୍ମନାଭ ବେହେରା, ସମିତି ସଭ୍ୟ ଉଦ୍ଧବ ସିକ୍କା, ବ୍ଲକ କୃଷି ଅଧିକାରୀ ହିମାଂଶୁ ଭୂଷଣ ମହାନ୍ତି, ବ୍ଲକ ମତ୍ସ୍ୟ ଚାଷ ବିଭାଗ ଅଧିକାରୀ ବିଧୁଭୂଷଣ ଜେନା ଓ ଆଗୁଳ ଷ୍ଟେଟ ବ୍ୟାଙ୍କ ପ୍ରବନ୍ଧକ ପ୍ରକାଶ ବାବୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଂଗଠନର ସାଧାରଣ ସମ୍ପାଦକ ପ୍ରସାଦ ମହାକୁଡ଼ ବାର୍ଷିକ ବିବରଣୀ ପାଠ କରିଥିଲେ । କୃଷି ଅଧିକାରୀ, ମତ୍ସ୍ୟ ବିଭାଗ ଅଧିକାରୀ ଓ ବ୍ୟାଙ୍କ ପ୍ରବନ୍ଧକ ଚାଷୀଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ସହାୟତା ଓ ରିହାତି ଉପରେ ବକ୍ତବ୍ୟ ଦେଇଥିଲେ । ପରେ ଅତିଥିମାନେ ଚାଷୀଙ୍କ ଉପରେ ହେଉଥିବା ପ୍ରକୃତିର କୋପ ଆଉ ସରକାରୀ ଉଦାସୀନତା ଓ ପ୍ରଶାସନିକ ଶିଥୀଳତାର ଶିକାର ଉପରେ ଉଦବେଗ ପ୍ରକାଶ କରିଥିଲେ । କିପରି ଜଣେ ଚାଷୀକୁ ଅକ୍ଷୟ ତୃତୀୟାରେ କ୍ଷେତରେ ଅକ୍ଷୀମୁଠୀ ଆରମ୍ଭଠାରୁ ଅମଳ ଓ ମଣ୍ଡିରେ ବିକ୍ରି ପର୍ଯ୍ୟନ୍ତ ଅବହେଳିତ, ଅପମାନିତ ଓ ଲାଞ୍ଛିତ ହେବାକୁ ପଡୁଛି ତା’ର ଉଦାହରଣ ରଖିଥିଲେ ।ଚାଷୀଙ୍କ ସମସ୍ୟାକୁ ସରକାର ନସୁଧାରିଲେ ଆଗାମୀ ଅକ୍ଟୋବର ମାସରେ ଏକ ବିରାଟ ଚାଷୀ ଆନ୍ଦୋଳନ ଓ ଅନଶନ ମୁନିଗୁଡ଼ା ସଦର ମହକୁମାରେ କରାଯିବ ବୋଲି ସଭାପତି ଶ୍ରୀଯୁକ୍ତ ଗୌଡ଼ କହିଥିଲେ । ଏହି କୃଷକ ସଂଗଠନର ସାଧାରଣ ସଭାରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଚାଷୀ ଭାଗ ନେଇଥିଲେ । ଶେଷରେ ସମ୍ପାଦକ ଶ୍ରୀଯୁକ୍ତ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।