ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରାଖୋଲ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଚାଷୀ ନେତା ଚଳିତ ବର୍ଷ ସମବାୟ ସମିତି ନିର୍ବାଚନରେ ସେ ସଭାପତି ଭାବେ ଲୁହାସିଙ୍ଗା ସମବାୟ ସମିତି ପକ୍ଷରୁ ଜଣେ ମାତ୍ର ପ୍ରାଥି ଭାବେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ତାଙ୍କ ବିରୋଧରେ କେହି ହେଲେ ଜଣେ ମଧ୍ୟ କୌଣସି ନାମାଙ୍କନ ପତ୍ର ଦାଖଲ କରି ନଥିବାରୁ ତାଙ୍କୁ ନିର୍ଦ୍ବନ୍ଦରେ ସଭାପତି ଭାବେ ନିର୍ବାଚନ ଅଧିକାରୀ ନିଳାମ୍ବର ମାଝୀ ଘୋଷଣା କରିଥିଲେ।
ଏହି ସମୟରେ ପେକ୍ସର ସମ୍ପାଦକ ଶ୍ରୀ ପତି ଭୋଇ ସହଯୋଗ କରିଥିଲେ। କନ୍ଦ୍ରପ ନିର୍ବାଚନରେ ନିର୍ବାଚିତ ହୋଇଥିବାରୁ ଅଞ୍ଚଳରେ ଚାଷୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ସେହି ସମିତି ପୂର୍ବରୁ ତାଙ୍କର ସ୍ତ୍ରୀ ପେକ୍ସ ସଭାପତି ଭାବେ ରହି ଦକ୍ଷତାର ସହ କାର୍ଯ୍ୟ କରିଥିଲେ।