ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ପାକ୍ କନେକଶନ ଆଶଙ୍କା

ଲୁଧିଆନା,ଏଜେନ୍ସି: ଗତ ସେପ୍ଟେମ୍ବର ୨୩ ତାରିଖରେ ହୋଇଥିବା ପଂଜାବର ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ଏସ୍‌ଟିଏଫ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଶନିବାର ରାତିରେ ଏସଟିଏଫ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ସହିତ ମିଶି ଅପରେଶନକୁ ସଫଳତାର ସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ଅଭିଯୁକ୍ତର ପରିଚୟ କୁହାଯାଇ ନଥିବା ବେଳେ ପଚରାଉଚରା ଜାରି ରହିଛି।

ଶୁକ୍ରବାର ଏସ୍‌ଟିଏଫ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଜଣେ ନାବାଳକ ସହିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାମଲାରେ ପାକିସ୍ତାନ କନେକଶନ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ପୁଲିସ କହିଛି ଯେ, ଆକ୍ରମଣ ସମୟରେ ଆଇଇଡି ବ୍ୟବହାର କରାଯାଇଥିଲା। ଏହାକୁ ଡ୍ରୋନ୍ ମାଧ୍ୟମରେ ପାକିସ୍ତାନରୁ ଅଣାଯାଇଥିଲା। ଅଭିଯୁକ୍ତକୁ ସବୁ ପ୍ରକାରର ଟେକ୍ନିକାଲ ସହାୟତା ଯୋଗାଇ ଦିଆଯାଇଥିଲା। ଖାଲିସ୍ତାନର ଲୋକଙ୍କ ପାଇଁ ଇଣ୍ଟରନ୍ୟାସନାଲ ନମ୍ବର ଜେନେରେଟ କରିବା ଭଳି କାମ କରୁଥିଲା।

ସୂଚନାଯୋଗ୍ୟ, ଏହି ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣ ଆହତ ହୋଇଥିଲେ। ଆକ୍ରମଣର ମାଷ୍ଟର ମାଇଣ୍ଡ ଜର୍ମାନୀରେ ବସିଥିବା ଆତଙ୍କବାଦୀ ଜସବିନ୍ଦର ସିଂହ ମୁଲତାନୀ। ସେ ଯେଉଁ ଆତଙ୍କବାଦୀ ଦ୍ୱାରା ବିସ୍ଫୋରଣ କରିଥିଲା, ଏନ୍‌ଆଇଏ ତାକୁ ପୂର୍ବରୁ ଗିରଫ କରିଛି।