Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମହଙ୍ଗା ହେଲା ଅଣସବ୍ସିଡିଯୁକ୍ତ ଏଲପିଜି ଗ୍ୟାସ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମହଙ୍ଗା ହେଲା ଅଣସବ୍ସିଡିଯୁକ୍ତ ଏଲପିଜି ଗ୍ୟାସ୍

ନୂଆଦିଲ୍ଲୀ: ତୈଳ ବିପଣନ କମ୍ପାନୀଗୁଡ଼ିକ ଅଣସବସିଡି ଯୁକ୍ତ ରନ୍ଧନ ଗ୍ୟାସ୍ ମୂଲ୍ୟରେ ୧୫.୫୦ ଟଙ୍କା ବୃଦ୍ଧି କରିଛନ୍ତି। ଦେଶର ସର୍ବବୃହତ୍ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ର ୱେବ୍ସାଇଟ୍ ମୁତାବକ, ରବିବାରଠାରୁ ଅଣସବସିଡିଯୁକ୍ତ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବଢ଼ିଛି। ନୂଆଦିଲ୍ଲୀରେ ୧୪.୨ କିଲୋ ଅଣସବସିଡିଯୁକ୍ତ ଏଲପିଜି ଗ୍ୟାସ୍ ୫୯୦ ଟଙ୍କାରେ ମିଳିବ। ଗତ ଅଗଷ୍ଟରେ ଏହାର ମୂଲ୍ୟ ୫୭୪.୫୦ ଟଙ୍କା ଥିଲା। କ୍ରମାଗତ ଦୁଇମାସ ଧରି ଏଲ୍ପିଜି ଗ୍ୟାସ୍ ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହେଉଛି। କୋଲକାତାରେ ଅଣସବସିଡିଯୁକ୍ତ ସିଲିଣ୍ଡର ୬୦୧ ଟଙ୍କା ପରିବର୍ତ୍ତେ ୬୧୬.୫୦ ଟଙ୍କା, ମୁମ୍ବାଇରେ ୫୪୬.୫୦ ଟଙ୍କା ପରିବର୍ତ୍ତେ ୫୬୨ ଟଙ୍କା ଏବଂ ଚେନ୍ନାଇରେ ୫୯୦.୫୦ ଟଙ୍କା ପରିବର୍ତ୍ତେ ୬୦୬.୫୦ ଟଙ୍କାରେ ଉପଲବ୍ଧ ହେଉଛି। ଅପରପକ୍ଷେ ବିମାନ ଇନ୍ଧନ ବା ଏଟିଏଫ୍ ମୂଲ୍ୟରେ ହ୍ରାସ ହୋଇଥିବା ଉଲ୍ଲେଖ କରାଯାଇଛି। ଏହି ହ୍ରାସ ପରେ ଦିଲ୍ଲୀରେ ବିମାନ ଇନ୍ଧନ କିଲୋଲିଟର ପିଛା ୬୨,୬୯୮.୮୬ ଟଙ୍କାରେ ଉପଲବ୍ଧ ହେଉଛି। ଅଗଷ୍ଟରେ ଏଟିଏଫ୍ ମୂଲ୍ୟ କିଲୋଲିଟର ପିଛା ୬୩,୨୯୫.୪୮ ଟଙ୍କା ରହିଥିବାବେଳେ ବର୍ତ୍ତମାନ ଏଥିରେ ୦.୯୪% ବା ୫୯୬.୬୨ ଟଙ୍କା ହ୍ରାସ କରାଯାଇଛି। କୋଲକାତାରେ ୫୪୧.୧୨ ଟଙ୍କାର ହ୍ରାସ ସହିତ କିଲୋଲିଟର ପିଛା ୬୮,୬୬୭.୪୮ ଟଙ୍କା, ମୁମ୍ବାଇରେ ୫୮୨.୭୫ ଟଙ୍କା ଶସ୍ତା ହୋଇ ୬୨,୭୧୨.୧୭ ଟଙ୍କା ଏବଂ ଚେନ୍ନାଇରେ ୫୭୨.୭୬ ଟଙ୍କା ହ୍ରାସ ପାଇ ୬୩,୬୪୨.୨୩ ଟଙ୍କା ରହିଛି। ବିମାନ ଇନ୍ଧନରେ ଏହି ହ୍ରାସ ଦ୍ୱାରା ଆର୍ଥିକ ସଙ୍କଟର ସାମନା କରୁଥିବା ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି।