Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଯେଉଁଠି ପାଣି କିଣି ପିଅନ୍ତି ଲୋକେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଯେଉଁଠି ପାଣି କିଣି ପିଅନ୍ତି ଲୋକେ

ଖୋର୍ଦ୍ଧା,ରଞ୍ଜିତ କେ.ଏନ୍. ସାମନ୍ତରାୟ: ରାଜଧାନୀ ତଥା ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାଠାରୁ ୩୦କିଲୋମିଟର ଦୂରତା ମଧ୍ୟରେ ଟାଙ୍ଗୀ ବ୍ଲକର ଚିଲିକା ଉପକୂଳବର୍ତ୍ତୀ ଭୁଷଣ୍ଡପୁର ଅଞ୍ଚଳର ଅନେକ ଗାଁ ରହିଛି, ଯେଉଁଠାରେ ପାରମ୍ପରିକ ଭାବେ କୂଅ ଏବଂ ନଳକୂଅରୁ ଲୁଣିଜଳ ବାହାରିଥାଏ। ଏହିସବୁ ଅଞ୍ଚଳବାସୀଙ୍କୁ ମଧୁରଜଳ ଯୋଗାଇ ଦେବାପାଇଁ ୨ କୋଟି ଟଙ୍କା ବ୍ୟୟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। କିନ୍ତୁ ପ୍ରଶାସନିକ ଦୂରଦୃଷ୍ଟିର ଅଭାବ ଯୋଗୁଁ ବାସ୍ତବ କ୍ଷେତ୍ରରେ ପ୍ରକଳ୍ପ ଫେଲ୍ ମାରିଲା। ଫଳରେ ଅଞ୍ଚଳବାସୀ ପଡ଼ୋଶୀ ଗ୍ରାମରୁ ବ୍ୟାରେଲରେ ପାଣି କିଣି ପାନୀୟ ଭାବେ ବ୍ୟବହାର କରୁଛନ୍ତି।

ଟାଙ୍ଗୀ ବ୍ଲକରେ ରହିଛି ମୋଟ ୨୬ଟି ଗ୍ରାମପଞ୍ଚାୟତ। ତେବେ ଗ୍ରାମୀଣ ଜଳ ଓ ପରିମଳ ବିଭାଗର ତଥ୍ୟ ଅନୁଯାୟୀ ବ୍ଲକର ୫ଟି ପଞ୍ଚାୟତର ମୁଖ୍ୟଦପ୍ତରକୁ ପାଇପ୍ଜଳ ଯୋଗାଣ ପ୍ରକଳ୍ପ ପହଞ୍ଚିପାରି ନଥିବାବେଳେ କନ୍ତଳବାଇ ପଞ୍ଚାୟତରେ ସବୁଠାରୁ ବେଶୀ ଜଳ ସମସ୍ୟା ଦେଖାଯାଇଛି। ସେହିପରି ସାନରାଉତରାପୁର ଓ ଉଜ୍ଜ୍ୱଳାଗୋପୀନାଥପୁର ପଞ୍ଚାୟତବାସୀ ମଧ୍ୟ ପାଇପ୍ଜଳ ଯୋଗାଣରୁ ବଞ୍ଚିତ ହୋଇଛନ୍ତି। ଉକ୍ତ ବ୍ଲକରେ ୧୬୭ ଗ୍ରାମ ଥିବାବେଳେ ୪୭୪ଟି ପଡ଼ାଗ୍ରାମ ରହିଛି, ଯାହାର ପ୍ରାୟ ୭୦ପ୍ରତିଶତ ଲୋକ ଆଜି ମଧ୍ୟ ଜଳଯୋଗାଣରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ସେହିଭଳି ଚିଲିକା ତଟବର୍ତ୍ତୀ ପଞ୍ଚାୟତ ଭାବେ ପରିଚିତ ଭୁଷଣ୍ଡପୁର, କନ୍ତଳବାଇ, ଉଜ୍ଜ୍ୱଳାଗୋପୀନାଥପୁର ପଞ୍ଚାୟତବାସୀ ପାନୀୟଜଳ ମୁନ୍ଦାଏ ପାଇଁ ବହୁ ହଇରାଣ ହେଉଛନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ୧୯୫୦ ମସିହାଠାରୁ ଏଠାରେ ବଙ୍ଗୀୟ ଶରଣାର୍ଥୀ ବସବାସ କରୁଥିବାବେଳେ ସେମାନେ ପୁରୁଷାନୁକ୍ରମେ ଚିଲିକାରୁ ମାଛଧରି ଜୀବିକା ନିର୍ବାହ କରିଆସୁଛନ୍ତି। କିନ୍ତୁ ଏହିସବୁ ଅଞ୍ଚଳର ଭୂତଳଜଳ ଲବଣଯୁକ୍ତ ରହିଛି। ତେଣୁ ଏଠାକାର କୂଅ ଏବଂ ନଳକୂଅ ପାଣି ଲବଣଯୁକ୍ତ ହୋଇଥିବାରୁ ତାହାକୁ ପାନୀୟଜଳ ଭାବେ ବ୍ୟବହାର କରିବା ଅନୁପଯୋଗୀ। ମଧୁରଜଳ ତାଙ୍କ ପାଇଁ ସାତସପନ ପାଲଟିଛି। ତେଣୁ ସେମାନେ ଖାଇବା, ପିଇବା ଏବଂ ରୋଷେଇରେ ବ୍ୟବହାର କରୁଥିବା ପାଣିକୁ ପଡ଼ୋଶୀ ଗ୍ରାମରୁ କିଣୁଥିବା ପ୍ରକାଶ କରିଛନ୍ତି। ଏହାର ବେଶ୍ ଫାଇଦା ନେଇ କେତେକ ଦଲାଲ ୧୦ ଲିଟର ପାଣି ବ୍ୟାରେଲ୍ ପିଛା ୧୦ ଟଙ୍କା ନେଉଛନ୍ତି।

ମଧୁରଜଳ ମୁନ୍ଦାଏ ପାଇବାକୁ ପାଇପ୍ଜଳ ଯୋଗାଣ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ବହୁବାର କାକୁତିମିନତି ହେବା ପରେ ତତ୍କାଳୀନ ପ୍ରାକ୍ତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଉଦ୍ୟମ ଯୋଗୁଁ ୧୯୯୯ ମସିହାରେ ୨ କୋଟି ଟଙ୍କା ବ୍ୟୟରେ ଏକ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ପୁରୀ ଜିଲ୍ଲା ଅଡ଼ାଲଗଡ଼ଠାରୁ ସିଧାସଳଖ ପାଇପ୍ ଯୋଗେ ପାନୀୟଜଳ ଉପଲବ୍ଧ କରାଇବା ଏହି ପ୍ରକଳ୍ପର ଲକ୍ଷ୍ୟ ରହିଥିଲା। କିନ୍ତୁ ଦୀର୍ଘ ୨୦ବର୍ଷ ହେବ ଉକ୍ତ ପ୍ରକଳ୍ପ କାମରେ ଲାଗିଥିବା କେହି ଦେଖିନାହାନ୍ତି।

ପ୍ରକଳ୍ପ ପାଇଁ ପାଇପ୍ବିଛା କାମଠାରୁ ପମ୍ପହାଉସ୍ ନିର୍ମାଣକାର୍ଯ୍ୟ ସରିଥିଲାବେଳେ ଉକ୍ତ ପ୍ରକଳ୍ପ କାମରେ ନ ଲାଗିବା ଘଟଣା, ଗ୍ରାମୀଣ ଜଳ ଯୋଗାଣ ବିଭାଗର କେବଳ ଠିକାଦାର ପୋଷିବା ନ୍ୟାୟରେ ପରିଣତ ହୋଇଛି। ଉକ୍ତ ପ୍ରକଳ୍ପ କାମ କରି ଠିକାଦାର ଟଙ୍କା ନେଇ ଛୁ’ ମାରିଥିବାବେଳେ ଗତ ନିର୍ବାଚନ ପୂର୍ବରୁ ଉକ୍ତ ପଞ୍ଚାୟତବାସୀଙ୍କ ସମସ୍ୟା ସମାଧାନ କରିବାକୁ ପୁନର୍ବାର ଗତ ଫେବୃୟାରୀ ୨୭ ତାରିଖରେ ଭିଡିଓ କନଫେରେନ୍ସିଂ ଜରିଆରେ ୧୭୫୪.୧୪ଲକ୍ଷ ଟଙ୍କାର ଆଉ ଏକ ମୋଗା ପାନୀୟଜଳ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ ଏହି ପ୍ରକଳ୍ପର ଶିଳାନ୍ୟାସ ସରିିଥିବାବେଳେ ଏଯାବତ୍ ଏହା କେବଳ ଫଳକରେ ସୀମିତ ଥିବା ଦେଖାଯାଇଛି। ତେବେ ଶୁଦ୍ଧ ପାନୀୟଜଳ ଟୋପାଏ ପାଇବାକୁ ଏଠାକାର ବାସିନ୍ଦା ଆଉଟୁପାଉଟୁ ହେଉଥିବାବେଳେ ୨୦ ବର୍ଷ ତଳର ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ନହୋଇ ପଡ଼ିରହିବ ନା’ ବାସ୍ତବରେ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ପାନୀୟଜଳ ସମସ୍ୟାକୁ ଦୂର କରିବ, ତାକୁ ନେଇ ସମସ୍ତଙ୍କ ମଧ୍ୟରେ ନାନା ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି। ଅନ୍ୟପକ୍ଷରେ ପ୍ରକଳ୍ପର ଶିଳାନ୍ୟାସକୁ ଇତି ମଧ୍ୟରେ ୬ମାସ ବିତିବାକୁ ଥିବାବେଳେ ଏହାର ଅଗ୍ରଗତି ନହେବା ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ଆରମ୍ଭ ହୋଇଥିବା ଗ୍ରାମ୍ୟ ଓ ପରିମଳ ବିଭାଗ ପକ୍ଷରୁ କୁହାଯାଇଛି।