ଅବସର ପ୍ରାପ୍ତ ଶିକ୍ଷକଙ୍କ ପେନସନ୍ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ କିଛି ଦୁର୍ବୃତ୍ତ ୩୦ହଜାର ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି। ଲୁଟର ଶିକାର ହୋଇଥିବା ଶିକ୍ଷକ ଜଣଙ୍କ ହେଲେ ହେଲେ ବାରିଆ ଥାନା ଜ୍ୟୋତିପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପୁରନ୍ଦର ମହାନ୍ତ। ସୂଚନା ଅନୁସରେ ପୁରନ୍ଦର ନିଜ ପେନସନ୍ ଟଙ୍କା ବ୍ୟାଙ୍କରୁ ଉଠାଇ ଏକ ହୋଟେଲରେ ଖାଇବାକୁ ଯାଇଥିଲେ।

ଖାଇବା ସମୟରେ ସେ ଚେୟାର ଉପରେ ଟଙ୍କା ବ୍ୟାଗଟିକୁ ରଖିଥିଲେ। ତେବେ ଏହାକୁ କେହି ଦୁର୍ବୃତ୍ତ ନଜର କରି ତାଙ୍କ ଠାରୁ ଲୁଟିନେଇଥିବା ଅଭିଯୋଗ ହୋଇଛି। ଏହି ବ୍ୟାଗରେ ୩୦ହଜାର ଟଙ୍କା ଥିବା ଶ୍ରୀ ମହାନ୍ତ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।