ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହରସ୍ଥିତ ଗଜପତି ଛକରେ ଓମ୍ କଲେକ୍ସନ ନାମକ ଏକ ସଂସ୍ଥା ନୂତନ ଭାବେ ମୋବାଇଲ ଦୋକାନ କରିବା ପାଇଁ କାମ ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ରବିବାର ଶାନ୍ତୁନୁ ସୁବୁଦ୍ଧି ଦୋକାନ କାମ ସାରି ରାତ୍ର ୯ଟାରେ ଦୋକାନ ବନ୍ଦ କରି ଘରକୁ ଫେରିଥିଳେ। ତେବେ ପାଖାପାଖି ୧୦ଟା ସମୟରେ କିିଛି ସ୍ଥାନୀୟ ଲୋକ ବନ୍ଦ ଥିବା ଦୋକାନ ଭିତରୁ ନିଆଁ ଜଳୁଥିବା ଦେଖି ଦୋକାନ ମାଲିକକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ଶାନ୍ତୁନୁ ସୁବୁଦ୍ଧି ପହଞ୍ଚି ଦୋକାନରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଦେଢ଼ ଘଣ୍ଟା ପରେ ନିଆଁକୁ ଆୟତ କରିଥିଲେ। ତେବେ ଦୋକାନରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ କିପରି ନିଆଁ ଲାଗିଲା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଦୋକାନରେ ଥିବା ୬ରୁ ୭ଲକ୍ଷ ଟଙ୍କାର ନିର୍ମାଣ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଶାନ୍ତନୁ ପ୍ରକାଶ କରିଛନ୍ତି। ଏ ନେଇ ଶାନ୍ତନୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।