ପୁରୀ ଗଣଦୁଷ୍କର୍ମ ମାମଲାରେ ଆଉ ୨ଜଣ ଗିରଫ

ପୁରୀ,ଏନ୍ଏନ୍ଏସ୍: ପୁରୀ ପୁଲିସ କ୍ୱାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ସୋମବାର ପୁଲିସ ଆଉ ୨୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ରଞ୍ଜିତ ପରିଡ଼ା ଓ ତାଙ୍କ ପତ୍ନୀ। ପୁରୀ ଗଣ ବଳାତ୍କାର ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ପୁରୀ ଏସ୍‌ପି ଉମାଶଙ୍କର ଦାସ କହିଛନ୍ତି।

ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲରେକ୍ୟାମେରାମ୍ୟାନ୍‍ ଭାବେ କାର୍ଯ୍ୟ କରୁଥିବା ରଞ୍ଜିତ ଓ ତାଙ୍କ ପତ୍ନୀ ବିଭିନ୍ନ ସମୟରେ ଝିଅମାନଙ୍କୁ ଖରାପ କାର୍ଯ୍ୟରେ ନିୟୋଜିତ କରୁଥିବା ଓ ସ୍କୁଟିରେ ସେମାନଙ୍କୁ ଭୁବନେଶ୍ୱର ଆଣି ଗ୍ରାହକମାନଙ୍କ ପାଖରେ ପହଞ୍ଚାଉଥିବା ଏକ ସୂତ୍ରରୁ ଜଣାପଡିବା ପରେ ପୁଲିସ ଉଭୟଙ୍କୁ ଜେରା କରିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରିଛି। ତେବେ ତଦନ୍ତ ପରେ ଏହି ଘଟଣା ପଛରେ ଆଉ କେତେ ଜଣ ସାମିଲ ଅଛନ୍ତି ତାହା ଜଣାପଡ଼ିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।