ତେଲକୋଇ ତହସିଲ ସମ୍ମୁଖରେ ଆମରଣ ଅନଶନରେ ବସିଲେ ସମାଜସେବୀ

ତେଲକୋଇ/କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ କୈଳାସ ପ୍ରଧାନ ନାମକ ସମାଜସେବୀ ତଥା ତେଲକୋଇ ନିତିଦିନ ପ୍ରତିନିଧି ଶୁକ୍ରବାର ସକାଳୁ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ଖବର ମିଳିଛି । ରାସ୍ତାର ପ୍ରଶସ୍ତିକାରଣ, ତେଲକୋଇ ବଜାରରେ ଶୌଚାଳୟ ନିର୍ମାଣ ଓ ସରକାରୀ ଜମିରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଦାବିରେ ସେ ଅନଶନରେ ବସିଥିବା ସୂଚନା ମିଳିଛି ।

ଶ୍ରୀ ପ୍ରଧାନଙ୍କ ଏହି ଅନସନକୁ ତେଲକୋଇ ସାମ୍ବାଦିକ ସଂଘ ସମେତ ବିଭିନ୍ନ ବର୍ଗରୁ ସମର୍ଥନ ମିଳିଛି । ପ୍ରକାଶ ଯୋଗ୍ୟଯେ ପୂର୍ବରୁ ଉପରୋକ୍ତ ଦାବି ଗୁଡିକୁ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରଆଯାଇନଥିଲା । ତେଣୁ ସେ ବାଧ୍ୟ ହୋଇ ଆମରଣ ଅନଶନରେ ବସିଥିବା ପ୍ରକାଶ କରିଛନ୍ତି ।