ଆଣ୍ଟଲାଟିକା ମହାସାଗରେ ଡଙ୍ଗା ବୁଡ଼ି ୫୮ମୃତ

ଡାକାର,ଏଜେନ୍ସି: ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଯନ୍ତ୍ରଚାଳିତ ଡଙ୍ଗା ଆଣ୍ଟଲାଣ୍ଟିକ୍‌ ମହାସାଗରରେ ଓଲଟି ପଡ଼ି ୫୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ପଶ୍ଚିମ ଆଫ୍ରିକାର ଗାମ୍ବିଆରୁ ୟୁରୋପରେ ଶରଣ ନେବାକୁ ଯାଉଥିଲେ। ଏହି ସମୟରେ ଡଙ୍ଗାରେ ୧୫୦ଜଣ ଶରଣାର୍ଥୀ ଉପସ୍ଥି୍ତଥିଲେ। ଏହି ସମୟରେ ଡଙ୍ଗାଟି ମଝି ସମୁଦ୍ରରେ ବୁଡ଼ି ଯଶାଇଥିଲା। ତେବେ ସେଥିରେ ଥିବା ଶରଣାର୍ଥୀମାନେ ବୁଡ଼ି ଯାଇଥିଲେ ଓ ୫୮ଜଣଙ୍କର ମୃତ୍ୟୁ ହେଶଛି।

ସେହିପରି ଅନ୍ୟ ୮୩ଜଣଙ୍କୁ ଭାଶୁଥିବା ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ଅନ୍ୟ କେତେକ ନିଖୋଜ ଅଛନ୍ତି। ତେବେ ମୁରତାନିଆ ନିକଟରେ ଡଙ୍ଗାରୁ ଇନ୍ଧନ ସରିଯିବାରୁ ଏଭଳି ହୋଇଥିବା କୁହାଯାଉଛି।