ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ବାସଗୃହ ସମେତ ୪ ସ୍ଥାନରେ ଭିଜିଲାନ୍ସର ରେଡ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା ରେଢାଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମ ସାଗର ସାଏଙ୍କ ସରକାରୀ ବାସଭବନ ସମେତ ୪ଟି ସ୍ଥାନରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଏଥିରେ ଶ୍ୟାମ ସାଗର ସାଏଙ୍କ ନାମରେ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିବା ବଳେ ଆଜି ରେଢାଖୋଲ ସ୍ଥିତ ସରକାରୀ ବାସଭବନ, କାର୍ୟ୍ୟାଳୟ, ସୁନ୍ଦରଗଡ଼ରେ ଥିବା କୋଠା, ବନଡ଼େଗା ଗ୍ରାମରେ ଥିବା ପୈତୃକ ଘରେ ଚଢ଼ଉ କରାଯାଇଛି।

ଏନେଇ ଭିଜିଲାନ୍ସ ଡ଼ିଏସପି ଦିଲ୍ଲୀପ କୁମାର କର, ସମ୍ବଲପୁର ଡିଏସପି ପରମେଶ୍ୱର କିସାନ, ଏସଏସ ପୂଜାରୀ, ସୁନ୍ଦରଗଡ଼ ଇନ୍ସପେକ୍ଟର, ପ୍ରଧାନ ଇନ୍ସପେକ୍ଟର, ସୋନପୁର ରଶ୍ମିତା ଲାକ୍ରା ଇନ୍ସପେକ୍ଟର, ସମ୍ବଲପୁର ଓ ଇନ୍ସପେକ୍ଟର ସି ବିଲୁଙ୍ଗ ଚଢ଼ଉ ଜାରିରଖିଛନ୍ତି।