କୋଲକାତାରେ ସେପ୍ଟେମ୍ବର ୧୫ ଯାଏ ବଢ଼ିଲା ଲକଡାଉନ୍

  • କୋଲକାତା: ରାଜ୍ୟରେ ଲକଡାଉନ ଅବଧି ଆସନ୍ତା ସେପ୍ଟେ୍ଟମ୍ବର ୧୫ ଯାଏ ବଢ଼ିଛି। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ବିଜ୍ଞପ୍ତିରେ ପ୍ରତିଯୋଗିତାମୂଳକ କୋଚିଂ ସେଣ୍ଟର ୫୦ ପ୍ରତିଶତ ପିଲାଙ୍କୁ ନେଇ ଖୋଲିପାରିବ ବୋଲି କୁହାଯାଇଛି। ବଜାର, ଦୋକାନ ଖୋଲିବା କ୍ଷେତ୍ରରେ ପୁରୁଣା ନିୟମ ବଜାୟ ରହିଛି। ସେହିପରି ରାତି ୧୧ଟାରୁ ସକାଳ ୫ଟା ଯାଏ ସଟଡାଉନ୍ ଜାରି କରାଯାଇଛି। କେବଳ ଜରୁରୀ ସେବା କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। ରାଜ୍ୟର ସମସ୍ତ ସ୍କୁଲ, କଲେଜ ଆପାତତଃ ବନ୍ଦ ରହିଛି। ତେବେ ଲକଡାଉନ ପ୍ରସଙ୍ଗରେ ଟ୍ରେନ୍ ଯାତ୍ରୀମାନେ କ୍ଷୁବ୍ଧ ହୋଇଛନ୍ତି। ସେମାନେ କହିଛନ୍ତି, ଲକଡାଉନ ବାହାନାରେ ରାଜ୍ୟ ସରକାର ଲୋକାଲ ଟ୍ରେନ୍ ଚଳାଚଳ ବନ୍ଦ କରିଛନ୍ତି। ଅଥଚ ବସ୍ ଚାଲୁ ରହିଛି। ବାର ମଧ୍ୟ ଖୋଲାଯାଇଛି। ସେତେବେଳେ ଆଉ କରୋନା ସଂକ୍ରମଣ ବଢ଼ୁନି। କେବଳ ଲୋକାଲ ଟ୍ରେନ୍ ସେବା ଚାଲୁ କରିବା ବ୍ୟାପାରରେ କୌଣସି କାର୍ଯ୍ୟ କରୁନାହାନ୍ତି ରାଜ୍ୟ ସରକାର।