୮ମାସର ଗର୍ଭବତୀ ପତ୍ନୀ ଓ ଝିଅକୁ ଧରି ୮୦୦ କି.ମି ଚାଲିଲେ ଶ୍ରମିକ

ବାଲାଘାଟ : କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି। ଘରକୁ ଫେରିବା ପାଇଁ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି ଏକ ଦୃଦୟ ବିଦାରକ ଘଟଣା ଆମ ସମ୍ନାକୁ ଆସିଛି।
ହାଇଦ୍ରାବାଦରେ କାମ କରୁଥିବା ଜଣେ ଶ୍ରମିକ ତାଙ୍କ ୮ମାସର ଗର୍ଭବତୀ ପତ୍ନୀ ଓ ୨ବର୍ଷର ଝିଅକୁ ଏକ କାଠ ତିଆରି ଗାଡ଼ିରେ ବସାଇ ୮୦୦ କି.ମି ଚାଲି ନିଜ ଗାଁ’ ବାଲଘାଟରେ ଆସି ପହଂଚିଛନ୍ତି।

ସୂଚନା ଅନୁଯାୟୀ, ଶ୍ରମିକ ଜଣଙ୍କ ବହୁ ଅନୁରୋଧ ପ୍ରଶାସନ ପାଖରେ କରିବା ସେତ୍ୱେ କେହିହେଲେ କର୍ଣ୍ଣପାତ କରିନଥିଲେ। ଶେଷରେ ଶ୍ରମିକ ରାମୁ ନିଷ୍ପତି ନେଲେ ଯେ, ନିଜ ଗାଁକୁ ଯିବା ପାଇଁ। ହାଇଦ୍ରାବାଦରୁ ଆସିବା ବାଟିରେ ସେ ଏକ ହାତ ତିଆରି କାଠ ଗାଡ଼ି ତିଆରି କରିଥିଲେ। ସେଥିରେ ସେ ୮ମାସର ଗର୍ଭବତୀ ପତ୍ନୀ ଓ ୨ବର୍ଷର ଝିଅକୁ ଧରି ଆସିଥିଲେ । ହାଇଦ୍ରାବଦରୁ ନିଜ ଗାଁ’କୁ ଆସିବା ପାଇଁ ତାଙ୍କୁ ଦୀର୍ଘ୧୭ଦିନ ଲାଗିଥିଲା।

ବାଟରେ ଆସିବା ସମୟରେ ରାଜଗାଁଓ ସୀମାରେ ପୁଲିସ କର୍ମଚାରୀମାନେ ଦେଖିଥିଲେ। ତାଙ୍କ ୨ବର୍ଷ ଝିଅର ପାଦରେ ଚପଲ ନଥିବା ମଧ୍ୟ ସେ ଦେଖିଥିଲେ। ପୁଲିସ ଏହି ୩ଜଣଙ୍କୁ ଖାଇବାକୁ ଦେବା ସହ ନିରୀହ ଝିଅର ପାଦକୁ ହଲେ ଚପଲ କିଣି ଦେଇଥିଲେ ଏବଂ ତାଙ୍କ ନିଜ ଗାଁକୁ ଯିବା ପାଇଁ ଏକ ଘରୋଇ କାରର ବ୍ୟବସ୍ଥା ମଧ୍ୟ କରିଥିଲେ। ଶ୍ରମିକ ରାମୁ ଛଳ ଛଳ ଆଖିରେ କହିଛନ୍ତି ହାଇଦ୍ରାବଦରେ ବହୁ ନିବେଦନ କରିବା ସତ୍ୱେ ତାଙ୍କ କଥାକୁ କେହି ଶୁଣି ନଥିଲେ। ଶେଷରେ ଏଭଳି ପଦକ୍ଷେଫ ନେଲେ ବୋଲି କୋହଭରା କଣ୍ଠରେ କହିଥିଲେ ପୁଲିଙ୍କ ପାଖରେ।