କହିଲେ ମୋଦୀ ଲାଗୁ କଲେ ଶାହ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଲୋକାଲ ଉତ୍ପାଦ ବ୍ୟବହାର ଓ ପ୍ରଚାରକୁ ପ୍ରାଧାନ୍ୟ ଦେବା ଲାଗି ଆହ୍ୱାନ ଦେଇଥିଲେ। ଆଉ ଏହି ଦିଗକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ଆଜି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ(ସିଏପିଏଫ୍)ର କ୍ୟାଣ୍ଟିନରେ କେବଳ ସ୍ୱଦେଶୀ ଉତ୍ପାଦ ବିକ୍ରି ହେବ ବୋଲି ଘୋଷଣା କରିଛନ୍ତି। ଆସନ୍ତା ଜୁନ୍ ୧ରୁ ସମଗ୍ର ଦେଶର ଏଭଳି କ୍ୟାଣ୍ଟିନରେ ଏହି ନିୟମ ଲାଗୁ ହେବ। ପାଖାପାଖି ୧୦ ଲକ୍ଷ ସୁରକ୍ଷାକର୍ମୀ ଓ ୫୦ ଲକ୍ଷ ପରିଜନ ଏହି କ୍ୟାଣ୍ଟିନର ବ୍ୟବହାର କରିପାରିବେ। ଏଥି ସହିତ ସ୍ୱଦେଶୀ ଉତ୍ପାଦକୁ ଅଧିକରୁ ଅଧିକ ଉପଯୋଗ କରିବା ପାଇଁ ଶାହ ଟ୍ୱିଟର ଜରିଆରେ ଦେଶବାସୀଙ୍କୁ ଆବେଦନ କରିଛନ୍ତି।