ସିଡିଏସଙ୍କ ପ୍ରାର୍ଥୀବ ଶରୀର ନେଉଥିବା ଗାଡ଼ି ଉପରେ ପୁଷ୍ପ ବର୍ଷା

ନୂଆଦିଲ୍ଲୀ: ତାମିଲନାଡ଼ୁର କୁନ୍ନୁରରେ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ଜଣ ପ୍ରାଣ ହରାଇଛନ୍ତି। ଆଜି ସମସ୍ତଙ୍କ ପ୍ରାର୍ଥୀବ ଶରୀର ଦିଲ୍ଲୀ ପହଂଚିବ। କିନ୍ତୁ ଏହାପୂର୍ବରୁ ତାମିଲନାଡ଼ୁର ନୀଳଗିରି ଜିଲ୍ଲାରେ ମଦ୍ରାସ ରେଜିମେଣ୍ଟଲ ସେଣ୍ଟରରୁ ସୁଲୁର ଏୟାରବେସ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଯୋଗେ ବିପିନ ରାୱତଙ୍କ ସମେତ ସମସ୍ତ ଅଧିକାରୀଙ୍କ ପ୍ରାର୍ଥୀବ ଶରୀର ଅଣାଯାଇଥିଲା।

ଏହି ସମୟରେ ଯେଉଁ ରାସ୍ତା ଦେଇ ଆମ୍ବୁଲାନ୍ସ ଯାଇଥିଲା ସେଠାରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଲୋକମାନେ ଆମ୍ବୁଲାନ୍ସ ଉପରେ ପୁଷ୍ପ ବର୍ଷା କରିବା ସହ ‘ଭାରତ ମାତା କି ଜୟ’ ନାରା ଦେଇଥିଲେ। ଲୋକମାନେ ଲୁହଭରା ଆଖିରେ ଦେଶର ପ୍ରଥମ ସିଡିଏସଙ୍କୁ ବିଦାୟ ଦେଇଛନ୍ତି।

ସୂଚନାଯୋଗ୍ୟ, ସମସ୍ତ ପ୍ରାର୍ଥୀବ ଶରୀରକୁ ସଂଧ୍ୟା ୭ଟା ୪୫ ମିନିଟରେ ଶ୍ରଦ୍ଧାଞ୍ଜଳି ଦିଆଯିବ।