ନୂଆଦିଲ୍ଲୀ: ବାୟୁସେନାର ହେଲିକପ୍ଟର ଦୁର୍ଘଟଣାରେ ୧୩ଜଣ ପ୍ରାଣ ହରାଇଥିବାବେଳେ କ୍ୟାପଟେନ ବରୁଣ ସିଂହଙ୍କ ଚିକିତ୍ସା ଜାରି ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ କହିଛନ୍ତି ଯେ, କ୍ୟାପଟେନ୍ ସିଂହ ବେଲିଙ୍ଗଟନର ସୈନ୍ୟ ହସ୍ପିଟାଲରେ ଜୀବନ ରକ୍ଷକ ପ୍ରଣାଳୀ(ଲାଇଫ ସପୋର୍ଟ ସିଷ୍ଟମ)ରେ ରହିଛନ୍ତି। ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି।
ପୂର୍ବରୁ ବିଶେଷ ସୂତ୍ରରୁ ଜଣାପଡ଼ିଥିଲା କି, ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲେ ମଧ୍ୟ ସ୍ଥିର ରହିଛି। ଆବଶ୍ୟକ ପଡ଼ିଲେ ତାଙ୍କୁ ବେଲିଙ୍ଗଟନ୍ ହସ୍ପିଟାଲରୁ ବାଙ୍ଗାଲୁରୁସ୍ଥିତ କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।